Sunday, February 23, 2025
Home ଆମ ଓଡ଼ିଶା ଡାକ୍ତରଖାନା ପରିସରରୁ ଶିଶୁ ଅପହରଣ ଅଭିଯୋଗ; ୨ ଅଭିଯୁକ୍ତ ଗିରଫ ,ଶିଶୁ ଉଦ୍ଧାର

ଡାକ୍ତରଖାନା ପରିସରରୁ ଶିଶୁ ଅପହରଣ ଅଭିଯୋଗ; ୨ ଅଭିଯୁକ୍ତ ଗିରଫ ,ଶିଶୁ ଉଦ୍ଧାର

by
0 comment

ଗୁରୁଡିଝାଟିଆ: କଟକ ଜିଲ୍ଲା ଆଠଗଡ ବ୍ଲକ ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟ ପରିସରରୁ ୪ମାସର ଶିଶୁପୁତ୍ରକୁ ଅପହରଣ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଖୁଣ୍ଟୁଣୀ ଥାନା ପୁଲିସ । ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ଜିଲ୍ଲା ନିହାଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମର ମାନସୀ ପ୍ରଧାନ ଓ ମିଥୁନ ନାୟକ। ପ୍ରକାଶଯୋଗ୍ୟ ବୁଧବାର ପୂର୍ବାହ୍ନରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଭୋଗରା ଗ୍ରାମର ସୁକାନ୍ତ ହେଉରୀଙ୍କ ପତ୍ନୀ ମିନତୀ ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟକୁ ୪ମାସର ଶିଶୁପୁତ୍ରକୁ ନେଇ ଚିକିତ୍ସା ପାଇଁ ଯାଇଥିଲେ । ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟକୁ ଯିବା ବାଟରେ ସଂପର୍କିୟ ପିଙ୍ଗୁଆ ଗ୍ରାମର ମାନସୀ ସହିତ ସାକ୍ଷାତ ହୋଇଥିଲା । ଅତି ଚତୁରତାର ସହିତ ଦୂର ସଂପର୍କୀୟା ମାଉସୀ କହିଥିଲା ମୁଁ ଶିଶୁପୁତ୍ରକୁ ଧରିଛି ତୁମେ ନିରାମୟରୁ ଯାଇ ଔଷଧ ଆଣ କହି ମାନସୀ ଶିଶୁପୁତ୍ରଟିକୁ ଧରି ଖୁଣ୍ଟୁଣୀ ବଜାର ଠାରୁ ନିଜ ଗାଁ ପିଙ୍ଗୁଆ ଅଭିମୁଖେ ପଳାଇଥିଲା । ବାଟରେ ଏହି କାର‌୍ୟ୍ୟରେ ମିଥୁନ ନାୟକ ତାକୁ ସହଯୋଗ କରିଥିଲା । ଶିଶୁପୁତ୍ରର ମାଆ ମିନତୀ ଦିନ ଓ ରାତି ତମାମ ଖୋଜାଖୋଜି କରିଥିଲା ।
ମାନସୀକୁ ପଚାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାର ଫୋନ ସୁଇଚଅପ ରହିଥିଲା । ତେଣୁ ବାଧ୍ୟ ହୋଇ ଗୁରୁବାର ସକାଳେ ମିନତୀ ଖୁଣ୍ଟୁଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ଅନୁସନ୍ଧାନ ପୂର୍ବକ ଖୋଳତାଡ ଆରମ୍ଭ କରିଥିଲା । ଶେଷରେ ପିଙ୍ଗୁଆ ଗ୍ରାମରେ ପହଞ୍ଚିଚ ମାନସୀ ଓ ମିଥୁନକୁ କାବୁ କରିବା ସହିତ ତାଙ୍କ ଠାରୁ ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ । ଅଜିଯୁକ୍ତ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ମାନସୀ ଓ ମିଥୁନ ବେଙ୍ଗାଲୁରୁରେ କାମ କରିଥାନ୍ତି । ତେଣୁ ଅପରହରଣ କରିନେଇଥିବା ଶିଶୁପୁତ୍ରକୁ ବାହାରେ ବିକ୍ରି କରିବାର ଯୋଜନା ରଖିଥିଲେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od