ରାଜ୍ୟରେ ୧୬ଲକ୍ଷ ଭୂତ ରାସନ କାର୍ଡଧାରୀ: ବୋହୁ ଧନୀ ହାତେଇଛନ୍ତି କାର୍ଡ
ଭୁବନେଶ୍ୱର: ରାଜ୍ୟରେ ୧୬ଲକ୍ଷ ୨୭ହଜାର ୯୩୨ ଭୂତ ରାସନ କାର୍ଡଧାରୀ ରହିଛନ୍ତି । ଆଜି ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ସରକାର କେୱାଇସି ଲାଗୁ କରୁଛନ୍ତି, ଯାହା ଦ୍ୱାରା ଅଯୋଗ୍ୟଙ୍କ ନାଁ ରାସନକାର୍ଡରୁ କଟିଯିବ । ସେପଟେ ବହୁ ଧନୀ ଲୋକ ରାସନ କାର୍ଡ ହାତେଇଛନ୍ତି । ପୂର୍ବ ସରକାର ସମୟରେ ଡିଲର ସବୁ ଖାଇ ଖୋଳ କରି ଦେଇଛନ୍ତି । ଯଦି ବର୍ତ୍ତମାନ ସେମିତି କେହି କରନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗୋଟିଏ ପରିବାରରେ ବାପା ଓ ପୁଅ ଅଲଗା ରହୁଥିଲେ ଉଭୟଙ୍କୁ ରାସନକାର୍ଡ ମିଳିବ ବୋଲି ଗୃହରେ ମନ୍ତ୍ରୀ କହିଛନ୍ତି ।