Sunday, February 23, 2025
Home Home Left ବଜେଟକୁ ବିରୋଧ: ନୀତି ଆୟୋଗ ବୈଠକ ବର୍ଜନ କରିବେ ୪ ମୁଖ୍ୟମନ୍ତ୍ରୀ

ବଜେଟକୁ ବିରୋଧ: ନୀତି ଆୟୋଗ ବୈଠକ ବର୍ଜନ କରିବେ ୪ ମୁଖ୍ୟମନ୍ତ୍ରୀ

by
0 comment

ନୂଆଦିଲ୍ଲୀ,୨୪ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୭ ତାରିଖରେ ନୂଆଦିଲ୍ଲୀରେ ନୀତି ଆୟୋଗ ବୈଠକ ବସିବାକୁ ଯାଉଥିବାବେଳେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିରେ ଯୋଗଦେବେ ନାହିଁ ବୋଲି ମଙ୍ଗଳବାର ଘୋଷଣା କରିଛନ୍ତି। ଉକ୍ତ ରାଜ୍ୟଗୁଡ଼ିକର ଦାବିକୁ କେନ୍ଦ୍ର ବଜେଟରେ ଅଣଦେଖା କରାଯାଇଥିତ୍ବାରୁ ଏହାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀମାନେ ନୀତି ଆୟୋଗ ବୈଠକ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କନ୍ନଡିଗାମାନଙ୍କ ସମସ୍ୟାର ସମାଧାନ ହୋଇ ନ ଥିବାରୁ ନୀତି ଆୟୋଗ ବୈଠକରେ ଯୋଗଦେବା ଅର୍ଥହୀନ ବୋଲି କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କହିଛନ୍ତି। ସେହିପରି କେନ୍ଦ୍ରୀୟ ବଜେଟରେ ତାମିଲନାଡୁକୁ ସର୍ବାଧିକ ପ୍ରତାରଣା କରାଯାଇଥିବା ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ କହିଛନ୍ତି। ସେ କେନ୍ଦ୍ର ସରକାରଙ୍କ ବିତ୍ତୀୟ ନୀତି ଏବଂ ବଜେଟରେ ବ୍ୟୟବରାଦକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ନୀତି ଆୟୋଗ ବୈଠକରେ ଯୋଗଦେବେ ନାହିଁ ବୋଲି କହିଛନ୍ତି। ସେହିପରି ୨ କଂଗ୍ରେସ ମୁଖ୍ୟମନ୍ତ୍ରୀ ତେଲଙ୍ଗାନାର ରେଭନ୍ଥ ରେଡ୍ଡୀ ଏବଂ ହିମାଚଳପ୍ରଦେଶର ସୁଖବିନ୍ଦର ସିଂ ସୁଖୁ ମଧ୍ୟ ବଜେଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ନୀତି ଆୟୋଗ ବୈଠକ ବର୍ଜନ କରିବେ ବୋଲି କହିଛନ୍ତି।

Advertisement

Mettle Meet 2024

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od