ନୂଆଦିଲ୍ଲୀ: କ୍ରିକେଟର ରୋହିତ ଶର୍ମାଙ୍କ ସିଂହାସନ ସମ୍ଭାଳିବେ ହାର୍ଦ୍ଦିକ ପାଣ୍ଡ୍ୟା। ଜୁଲାଇ ୨୭ରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ଅଧିନାୟକ ହେବେ ବୋଲି ଜଣାପଡ଼ିଛି। ତେବେ ଭାରତର ଟି-୨୦ ବିଶ୍ୱକପ ବିଜୟର ଅନ୍ୟତମ ହିରୋ ପାଣ୍ଡ୍ୟା ବ୍ୟକ୍ତିଗତ କାରଣରୁ ଅଗଷ୍ଟରେ ଅନୁଷ୍ଠିତ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଓଡିଆଇ ସିରିଜରୁ ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ସ୍ଥାନରେ କେଏଲ ରାହୁଲ ଦଳର ଅଧିନାୟକ ହୋଇପାରନ୍ତି ବୋଲି କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ରୋହିତ ଶର୍ମା ବିଶ୍ୱକପ ଶେଷରେ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରୁ ଅବସର ନେଇଥିଲେ। ଏହା ପରେ ପ୍ରଶ୍ନ ଉଠିଥିଲା ଏହି ଫର୍ମାଟରେ ଦଳର ଦାୟିତ୍ୱ କିଏ ନେବ? ଯାହାର ଉତ୍ତର ଏବେ ମିଳିସାରିଛି। ଶ୍ରୀଲଙ୍କା ବିପକ୍ଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ୨୭ରୁ ୩୦ଜୁଲାଇ ପର୍ଯ୍ୟନ୍ତ ପଲ୍ଲେକେଲରେ ଖେଳାଯିବ। ତା’ପରେ କଲମ୍ବୋରେ ୨ରୁ ୭ଅଗଷ୍ଟ ପର୍ଯ୍ୟନ୍ତ ଓଡିଆଇ ମ୍ୟାଚ୍ ଖେଳାଯିବ।
ପାଣ୍ଡ୍ୟା ଅଧିନାୟକ ହେଲେ ଉପଅଧିନାୟକ କିଏ ହେବେ, ତାହା ସ୍ପଷ୍ଟ ହୋଇନାହିଁ। କ୍ରିକେଟର ଶୁଭମନ ଗିଲ୍ ଓ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରୁ କେହି ଜଣେ ହିଁ ଉପଅଧିନାୟକ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି।