Friday, January 10, 2025
Friday, January 10, 2025
Home Latest ଦିଲ୍ଲୀରେ ଅପରାଧୀଙ୍କ ଆତଙ୍କରାଜ, ହସପିଟାଲ ଆସି ରୋଗୀଙ୍କୁ ମାରିଲେ ଗୁଳି

ଦିଲ୍ଲୀରେ ଅପରାଧୀଙ୍କ ଆତଙ୍କରାଜ, ହସପିଟାଲ ଆସି ରୋଗୀଙ୍କୁ ମାରିଲେ ଗୁଳି

by
0 comment

ଦିଲ୍ଲୀରେ ଅପରାଧୀଙ୍କ ଆତଙ୍କରାଜ, ହସପିଟାଲ ଆସି ରୋଗୀଙ୍କୁ ମାରିଲେ ଗୁଳି

ନୂଆଦିଲ୍ଲୀ: ଦିଲ୍ଲୀର ଜିଟିବି ହସ୍ପିଟାଲରେ ଦିନ ଦିବାଲୋକରେ ଗୁଳି ଚାଳନା କରାଯାଇଛି। ବାଇକରେ ଆସିଥିବା ୩ ଜଣ ଦୁର୍ବୃତ୍ତ ଜଣେ ରୋଗୀଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, କିଛି ସପ୍ତାହ ହେବ ଏହି ରୋଗୀ ହସ୍ପିଟାଲର ୨୪ ନମ୍ବର ୱାର୍ଡରେ ଭର୍ତ୍ତି ହୋଇଥିଲେ। ଗୁଳିଚାଳନା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ମିଳିଥିବା ସୂଚନା ଅନୁଯାୟୀ, ଭୋର ୪ଟାବେଳେ ଜଣେ ୧୮ ବର୍ଷୀୟ ବାଳକ ଡାକ୍ତରଖାନା ଭିତରକୁ ଆସି ରିୟାଜୁଦ୍ଦିନଙ୍କୁ ଗୁଳି କରିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ରିୟାଜୁଦ୍ଦିନ ଡ୍ରଗ୍ସ ନିଶାରେ ପୀଡ଼ିତ ଥିଲେ। ରିୟାଜୁଦ୍ଦିନଙ୍କର ପୂର୍ବରୁ କୌଣସି ଅପରାଧିକ ଇତିହାସ ନାହିଁ। ଅଭିଯୁକ୍ତ ଜଣକ ଜଣେ ୧୮ ବର୍ଷୀୟ ବାଳକ ଯିଏ ୩-୪ ରାଉଣ୍ଡ ଗୁଳି ଚଳାଇଥିଲା।  ପୁଲିସ ଅଭିଯୁକ୍ତକୁ ଖୋଜୁଛି। ତାଙ୍କ ସହ ଆଉ ଦୁଇ ଜଣ ଦୁର୍ବୃତ୍ତ ଥିବା କୁହାଯାଉଛି।

ଦିଲ୍ଲୀ ପୋଲିସର କହିବା ଅନୁଯାୟୀ, ପିସିଆରକୁ ଏକ କଲ୍ ଆସିଥିଲା, ଯେଉଁଥିରେ ହସ୍ପିଟାଲର ୱାର୍ଡ ନମ୍ବର ୨୪ରେ ଗୁଳିଚାଳନା ହୋଇଥିବା କୁହାଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜାଣିବାକୁ ପାଇଥିଲା ଯେ ଦିଲ୍ଲୀର ଶ୍ରୀରାମ ନଗର ଖଜୁରୀରେ ରହୁଥିବା ରିୟାଜୁଦ୍ଦିନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପେଟରେ ସଂକ୍ରମଣ ହେବାରୁ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଗୁଳି ଚଳାଇବା ପରେ ଜଣେ ବାଳକ ଆସି ପଳାଇଯାଇଥିଲା।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od