ଡେସ୍କ: ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଉତ୍ତର କାଲିଫର୍ଣ୍ଣିଆରେ ଦ୍ରୁତ ଗତିରେ ଜଙ୍ଗଲ ନିଆଁ ବଢ଼ୁ ଥିବାରୁ ଅତି କମରେ ୨୮ ହଜାର ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। କାଲିଫର୍ଣ୍ଣିଆ ବନ ଓ ଅଗ୍ନି ସୁରକ୍ଷା ବିଭାଗ ଅନୁଯାୟୀ, ଓରୋଭିଲ୍ ସହର ନିକଟରେ ମଙ୍ଗଳବାର ଆରମ୍ଭ ହୋଇଥିବା ଅଗ୍ନିକାଣ୍ଡରେ ୩ ହଜାର ୭୦୦ ଏକରରୁ ଅଧିକ ଅଂଚଳ ଏହା ଦ୍ୱାରା ପ୍ରଭାବିତ ହୋଇଛି। ଅଗ୍ନିକାଣ୍ଡରେ ୪ଟି କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ ୪ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି।
ଏହି ନିଆଁ ଯୋଗୁ ପ୍ରାୟ ୧୨ ହଜାରରୁ ଅଧିକ ନିର୍ମାଣ ପ୍ରତି ବିପଦ ରହିଛି। ଏଥିରେ କୁହାଯାଇଛି ଯେ, ୧୯୦୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ଏବେ ନିଆଁକୁ ଆୟତ୍ତ କରୁଛନ୍ତି। କାଲିଫର୍ଣ୍ଣିଆ ଗଭର୍ଣ୍ଣର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଜଙ୍ଗଲ ନିଆଁ ଯୋଗୁଁ କିଛି ଅଂଶରେ ବାଧ୍ୟତାମୂଳକ ସ୍ଥାନାନ୍ତର ଏବଂ ସ୍ଥାନାନ୍ତର ସତର୍କସୂଚନା ଜାରି କରାଯାଇଛି।