Monday, February 24, 2025
Home Latest ଟି-୨୦ ବିଶ୍ବକପ୍ ହାରିଯିବା ପରେ ପୁଅ ଓ ସ୍ତ୍ରୀଙ୍କୁ ଧରି ପଡ଼ିଆରେ କାନ୍ଦିଲେ ଦକ୍ଷିଣ ଆଫ୍ରିକାର ବୋଲର

ଟି-୨୦ ବିଶ୍ବକପ୍ ହାରିଯିବା ପରେ ପୁଅ ଓ ସ୍ତ୍ରୀଙ୍କୁ ଧରି ପଡ଼ିଆରେ କାନ୍ଦିଲେ ଦକ୍ଷିଣ ଆଫ୍ରିକାର ବୋଲର

by
0 comment

ଟି-୨୦ ବିଶ୍ବକପ୍ ହାରିଯିବା ପରେ ପୁଅ ଓ ସ୍ତ୍ରୀଙ୍କୁ ଧରି ପଡ଼ିଆରେ କାନ୍ଦିଲେ ଦକ୍ଷିଣ ଆଫ୍ରିକାର ବୋଲର

ବ୍ରିଜଟାଉନ : ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ ହୋଇଛି । ବାର୍ବାଡୋସର ବ୍ରିଜଟାଉନଠାରେ ଶନିବାର ଖେଳାଯାଇଥିବା ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି । ୧୭ ବର୍ଷ ପରେ ଭାରତ ପୁଣି ଥରେ ଟି-୨୦ ବିଶ୍ବ ଚାମ୍ପିଅନ ହୋଇଛି ।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ୧୭୭ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକାକୁ ଭାରତ ଠାରୁ ପରାସ୍ତ ହେବାକୁ ପଡ଼ିଥିଲା। ଏହି ମ୍ୟାଚରେ ବିଜୟୀ ହେବାପରେ ଭାରତୀୟ କ୍ରିକେଟ ଖେଳାଳ ଭାବବିହ୍ବୋଳ ହୋଇପଡ଼ିଥିବା ବେଳେ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ଏହି ପରାଜୟ ଶକ୍ତ ଧକ୍କା ଦେଇଥିଲେ।

ମ୍ୟାଚ ହାରିଯିବା ପରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ତବରେଜ ଶମି ଦୁଃଖରେ ଭାଙ୍ଗି ପଡ଼ିଥିଲେ। ‌‌ସେ ପଡ଼ିଆରେ ଆଣ୍ଠେଇ ପଡ଼ି ପୁଅ ଇବ୍ରାହିମ ଓ ସ୍ତ୍ରୀ ଖଦିଜା ସରିଫଙ୍କୁ ଆଲିଙ୍ଗନ କରି ଭୋଭୋ ହୋଇ କାନ୍ଦିଥିଲେ। ସ୍ବାମୀଙ୍କୁ କାନ୍ଦୁଥିବା ଦେଖି ସ୍ତ୍ରୀ ଖଦିଜା ନିଜକୁ ସମ୍ଭାଳି ପାରି ନଥିଲେ। ସେ ତବରେଜଙ୍କ ଆଖିରୁ ଲୁହ ପୋଛି ଦେଇଥିଲେ। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od