Sunday, February 23, 2025
Home Latest ଭୁଶୁଡ଼ି ପଡ଼ିଲା ତମ୍ବୁ, ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ

ଭୁଶୁଡ଼ି ପଡ଼ିଲା ତମ୍ବୁ, ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ

by
0 comment

ଭୁଶୁଡ଼ି ପଡ଼ିଲା ତମ୍ବୁ, ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ

ଶିବପୁରୀ : ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରୁ ଆସିଛି ଏକ ବଡ ଖବର । ଏଠାରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କାର୍ଯ୍ୟକ୍ରମରେ ବର୍ଷା ଯୋଗୁଁ ମଞ୍ଚର ତମ୍ବୁ ଭୁଶୁଡ଼ି ପଡ଼ିଥିଲା। ମଞ୍ଚର ତମ୍ବୁ ପଡ଼ିବା ସମୟରେ ସିନ୍ଧିଆ ମଞ୍ଚ ଉପରେ ଉପସ୍ଥିତ ଥିଲେ, କିନ୍ତୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁନାରୁ ନିର୍ବାଚନ ଜିତିବାପରେ ପ୍ରଥମ ଥର ପାଇଁ ଶିବପୁରୀ ଆସିଥିଲେ। ଏଠାରେ ସେ ଏକ ରୋଡ୍ ସୋ’ କରିଥିଲେ। ଏହି ସମୟରେ ମାଧବ ଛକରେ ଏକ ସଭାର ମଧ୍ୟ ଆୟୋଜନ କରାଯାଇଥିଲା। ରାତି ପ୍ରାୟ ୮ଟାରେ ବଜ୍ରପାତ ସହ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ଭିତରେ ସିନ୍ଧିଆ ମଞ୍ଚରେ ନେତାମାନଙ୍କ ସହ ହାତ ଯୋଡି ଅଭିବାଦନ ଜଣାଇଥିଲେ। ଏହି ସମୟରେ ହଠାତ୍ ପ୍ରବଳ ଝଡ଼ ତୋଫାନ ହେବାରୁ ଟେଣ୍ଟ ଭୁଶୁଡ଼ି ପଡ଼ିବାରୁ ସେଠାରେ ଉପସ୍ଥିତ ନେତା ଓ ଅଧିକାରୀଙ୍କ ସମେତ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଟେଣ୍ଟ ଭୁଶୁଡ଼ିବା ପରେ ସୁରକ୍ଷା ଦୃଷ୍ଟିରୁ ବିଦ୍ୟୁତ୍ ସରବରାହ ବନ୍ଦ କରି ଦିଆଯାଇଥିଲା। ଏହାପରେ ଗୃହକୁ ମଧ୍ୟ ମୁଲତବୀ ରଖାଯାଇଥିଲା। ମଞ୍ଚରେ ଉପସ୍ଥିତ ଥିବା ଲୋକ ଓ ସୁରକ୍ଷା କର୍ମୀମାନେ କୌଣସି ପ୍ରକାରେ ଟେଣ୍ଟକୁ ଅଟକାଇବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସେଠାରୁ ସୁରକ୍ଷିତ ଭାବେ ବାହାର କରି ଦିଆଯାଇଥିଲା। ଏହି ଘଟଣାରେ କେହି ଆହତ ହୋଇନାହାନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od