Sunday, February 23, 2025
Home Home ଜଗନ୍ନାଥଙ୍କୁ ଯିଏ ଛୁଇଁଛି, ସିଏ ଧୂଳିସାତ ହୋଇଛି: ତଥାଗତ ସତପଥୀ

ଜଗନ୍ନାଥଙ୍କୁ ଯିଏ ଛୁଇଁଛି, ସିଏ ଧୂଳିସାତ ହୋଇଛି: ତଥାଗତ ସତପଥୀ

by
0 comment

ଭୁବନେଶ୍ୱର,୫।୬: ଓଡ଼ିଶାରେ ବଡ଼ ପରାଜୟ ହାସଲ କରିଛି ବିଜେଡି। ତେବେ ବିଜେଡି ହାରିବା ପରେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାର ବହୁତ ଗୁଡିଏ କାରଣ ରହିଛି। କିନ୍ତୁ ଏହି ପରିବର୍ତ୍ତନକୁ ଆମେ ସମସ୍ତେ ସ୍ବାଗତ କରୁଛୁ। ମୁଁ କୌଣସି ରାଜନୈତିକ କିମ୍ବା ଧାର୍ମିକ ଦୃଷ୍ଟିକୋଣରୁ କହୁନାହିଁ କିନ୍ତୁ ଜଗନ୍ନାଥଙ୍କୁ ଯିଏ ଛୁଇଁଛି, ସିଏ ଧୂଳିସାତ ହୋଇଛି।

#WATCH | BJP swept the Odisha Assembly elections, winning 78 of the total 147 seats.

Former MP from BJD, Tathagata Satpathy says, “…I primarily think that whoever has touched Lord Jagannath has had to suffer. The way the Puri Temple was disturbed and the Parikrama Project was… pic.twitter.com/qrEyVxO79I

— ANI (@ANI) June 5, 2024

ସେହିପରି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ କରି ସେ କହିଛନ୍ତି,ଜଣେ ବ୍ୟକ୍ତି ଦଳକୁ କବଜା କରିବାକୁ ଚେଷ୍ଟା କରୁଥିଲେ। ବିଜେଡି କୌଣସି ନିର୍ଦ୍ଦିିଷ୍ଟ ବ୍ୟକ୍ତିଙ୍କ ଦଳ ନୁହେଁ। ଓଡ଼ିଶାରେ ଲୋକଙ୍କୁ ଟଙ୍କା ଦେଇ କିଣା ଯାଇପାରବନି। ଭଲପାଇବା ଓ ସଚ୍ଚୋଟତାରେ ହିଁ ଲୋକଙ୍କୁ ଆକୃଷ୍ଟ କରାଯାଇପାରିବ। ଯେଉଁଭଳି ଭାବେ ଅଯୋଧ୍ୟାରେ ଭାଜପା ପ୍ରାର୍ଥୀ ହାରିଲେ ଏବଂ ଓଡ଼ିଶାର ୩ ପ୍ରମୁଖ ଦଳ ଯଥା ଭାଜପା, ବିଜୁ ଜନତା ଦଳ ଓ କଂଗ୍ରେସର ରାଜ୍ୟ ସଭାପତି ଯଥାକ୍ରମେ ଚାନ୍ଦବାଲିରୁ ମନମୋହନ ସାମଲ, କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକ ଓ ନୂଆପଡ଼ାରୁ ଶରତ ପଟ୍ଟନାୟକ ପରାଜୟବରଣ କଲେ, ତାହା ଗର୍ବରୁ କିପରି ସର୍ବନାଶ ହୁଏ ଆମ ସମସ୍ତଙ୍କୁ ଦର୍ଶାଇଲା ବୋଲି ସେ କହିଛନ୍ତି।

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od