Sunday, February 23, 2025
Home Home Left ବସ୍ତିରେ ଟଙ୍କା ବଣ୍ଟାକୁ ନେଇ ଉତ୍ତେଜନା

ବସ୍ତିରେ ଟଙ୍କା ବଣ୍ଟାକୁ ନେଇ ଉତ୍ତେଜନା

by
0 comment

କଟକ,୨୩ା୫(କାର୍ତ୍ତିକ ସାହୁ): କଟକ ମହାନଗର ନିଗମ ୬ ନମ୍ବର ଓ୍ବାର୍ଡ ଅଧୀନ ଇମାମନଗର ବସ୍ତିରେ ଭୋଟ ପାଇଁ ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି। ସମ୍ପୃକ୍ତ ଅଞ୍ଚଳର ଅଙ୍ଗନବାଡ଼ି ଦିଦି ଟଙ୍କା ବାଣ୍ଟୁଥିବା କେତେକ ଲୋକେ ଅଭିଯୋଗ କରିଛନ୍ତି।

ଖବର ପାଇବା ପରେ ପୋଲିସ ବସ୍ତିରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛି। ତେବେ ପୋଲିସ ୪ଜଣ ମହିଳାଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଥିବା ମର୍କତନଗର ଥାନା ଆଇଆଇସି କମଳାକାନ୍ତ ଦାସ କହିଛନ୍ତି।

ସୂଚନା ଅନୁସାରେ, ସ୍ଥାନୀୟ ଅଙ୍ଗନବାଡ଼ି ଦିଦିଙ୍କୁ କେତେକ ଲୋକ ଭୋଟ ପାଇଁ ଟଙ୍କା ମାଗିଥିଲେ। ଲୋକଙ୍କ କହିବା ମୁତାବକ, ଅଙ୍ଗନବାଡ଼ି ଦିଦି ସକାଳେ କୁଆଡେ କେତେକ ଲୋକଙ୍କୁ ଟଙ୍କା ବାଣ୍ଟିଥିଲେ। ହେଲେ ସେମାନଙ୍କୁ ଟଙ୍କା ଦେଇ ନ ଥିଲେ। ତେଣୁ ତାଙ୍କୁ ମଧ୍ୟ ଟଙ୍କା ଦିଅ ବୋଲି ସେମାନେ କହିଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟିରୁ ଠେଲାପେଲା ହୋଇଥିଲା। ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ହେଲେ ଅଙ୍ଗନବାଡ଼ି ଦିଦି ଏହାକୁ ଖଣ୍ଡନ କରି କାହାରିକୁ ଟଙ୍କା ବାଣ୍ଟି ନ ଥିବା ପୋଲିସ ନିକଟରେ କହିଛନ୍ତି।

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od