Saturday, February 1, 2025
Home ଆମ ଓଡ଼ିଶା ଚର୍ଚ୍ଚାରେ ନୀଳଗିରି ବିଧାନସଭା, ୬ବର୍ଷ ପରେ ଗୁରୁଶିଷ୍ୟ ଭେଟ୍‍ଘାଟ

ଚର୍ଚ୍ଚାରେ ନୀଳଗିରି ବିଧାନସଭା, ୬ବର୍ଷ ପରେ ଗୁରୁଶିଷ୍ୟ ଭେଟ୍‍ଘାଟ

by
0 comment

ନୀଳଗିରି: ନୀଳଗିରି ବିଧାନସଭା ଆସନକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । ରାଜ୍ୟର ୧୪୬ଟି ବିଧାନସଭା ଆସନକୁ ବିଜେପି ଘୋଷଣା କରି ସାରିଥିବା ବେଳେ କେବଳ ନୀଳଗିରି ଆସନ ହିଁ ଶେଷ ମୁହୂର୍ତ୍ତ ଯାଏଁ ଅଟକି ରହିଥିଲା । ଶେଷ ମୁହୂର୍ତ୍ତରେ ଅର୍ଥାତ ଗତକାଲି ବିଜେଡିର ଦାବିଦାର କୁହାଯାଉଥିବା ସନ୍ତୋଷ ଖଟୁଆଙ୍କୁ ଟିକଟ ଦିଆନଯାଇ ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀଭାବେ ଘୋଷଣା କରିବା ପରେ ସବୁ ଅଙ୍କ ଅଡୁଆ ହୋଇ ପଡ଼ିଥିଲା । ଯାହା ପାଇଁ ସନ୍ତୋଷ ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ । ସେପଟେ ନୀଳଗିରି ବିଜେପି ଆସନ ପାଇଁ ଏସସିବି ମେଡିକାଲ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା ନୀଳଗିରି ମାଟିର ସନ୍ତାନ ଡା. ପ୍ରତାପ ରଥଙ୍କ ନାମ ଘୋଷଣା କରାଯିବା ପାଇଁ ଦିଲ୍ଲୀ ପଠା ଯାଇଥିଲା ।  ଏ ସବୁ ପରିସ୍ଥିତି ଦେଖି ବାଲେଶ୍ୱର ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଗତକାଲି ଜରୁରୀକାଳିନ ପରିସ୍ଥିତିରେ ଦିଲ୍ଲୀ ପହଞ୍ଚି ନୀଳଗିରି ଟିକଟ ଘୋଷଣାକୁ ଅଟକାଇ ଦେଇଥିଲେ । ଆଉ କିଛି ସମୟ ଅତିବାହିତ ହୋଇ ଯାଇଥିଲେ ହୁଏତ ଡା. ପ୍ରତାପ ରଥଙ୍କ ନାମ ଘୋଷଣା ହୋଇ ଯାଇଥାନ୍ତି । ତେବେ ପ୍ରତାପ ଷଡ଼ଙ୍ଗୀ ହିଁ ଦିଲ୍ଲୀରେ ଡା. ପ୍ରତାପ ରଥଙ୍କ ନାମ ଘୋଷଣାକୁ ରୋକ ଦେଇ ସନ୍ତୋଷ ଖଟୁଆଙ୍କ ନାମ ପୁରାଇ ଦେବାରୁ ଆଜି ମଧ୍ୟାହ୍ନରେ ଦଳ ସନ୍ତୋଷଙ୍କ ନାମ ଘୋଷଣା କରିଥିଲା । ଏହି ଘୋଷଣା ପରେ ଆଜି ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟକୁ ଯାଇ ସନ୍ତୋଷ ନିଜ ସହସ୍ରାଧିକ ସମର୍ଥକଙ୍କ ସହ ବିଜେପିରେ ମିଶିଥିଲେ ।

ସବୁଠାରୁ ବଡ଼କଥା ହେଲା, ଦୀର୍ଘ ବର୍ଷ ପରେ ଗୁରୁଶିଷ୍ୟ କୁହାଯାଉଥିବା ସନ୍ତୋଷ ଓ ପ୍ରତାପଙ୍କ ମିଳିନ ଘଟିଛି । ୨୦୧୮ରୁ ସନ୍ତୋଷ ଓ ପ୍ରତାପଙ୍କ ଭିତରେ ମନୋମାଳିନ୍ୟ ହୋଇଥିଲା । ଦୀର୍ଘ ୬ବର୍ଷ ପରେ ପୁଣି ଥରେ ଗୁରୁଶିଷ୍ୟ ଏକାଠି ହେବା ଘଟଣା ବେଶ୍‍ ଚର୍ଚ୍ଚାର ବିଷୟ ପାଲଟିଛି । ଅପରପକ୍ଷରେ ଭୁବନେଶ୍ୱର ବିଜେପିର ମହାମିଶ୍ରଣ ପର୍ବକୁ ଯିବା ପୂର୍ବରୁ ସନ୍ତୋଷଙ୍କ ନିର୍ଦ୍ଦେଶରେ ନୀଳଗିରି ବିଜେଡି ଅଫିସକୁ ଗୋବର ପାଣି ସିଞ୍ଚନ କରାଯାଇ ଶୋଧନ କରାଯାଇଥିଲା । ପରେ ସମସ୍ତ କର୍ମୀ ଜୟ ଶ୍ରୀରାମ ନାରା ଦେଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od