ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ କାର୍ଯ୍ୟ ପ୍ରତି ତାଙ୍କର ଶ୍ରଦ୍ଧା ଓ ସମ୍ମାନ ରହିଛି ବୋଲି ଖଗେଶ୍ୱର କହିଥିଲେ ହେଁ ଗଣତନ୍ତ୍ରର ଗରିମା ନଷ୍ଟ ହେବା ସହିତ ସମସ୍ତଙ୍କୁ ସମାନ ସୁଯୋଗ ମିଳୁ ନ ଥିବା ଅଭିଯୋଗ କରିଛନ୍ତି। ଏହି କାରଣରୁ ସେ ଦଳ ପରିତ୍ୟାଗ କରିଥିବା ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ଖଗେଶ୍ୱର ୨୦୦୯ ମସିହାରେ ଛେଣ୍ଡିପଦାରୁ ବିଜେଡି ଟିକେଟ୍ରେ ବିଧାୟକ ନିର୍ବାଚିତ ହୋଇଥିଲେ। ଚଳିତ ସାଧାରଣ ନିର୍ବାଚନରେ ବିଜେଡି ଛେଣ୍ଡିପଦାରୁ ସୁଶାନ୍ତ କୁମାର ବେହେରାଙ୍କୁ ପୁଣି ପ୍ରାର୍ଥୀ କରିବା ପରେ ଖଗେଶ୍ୱର ଅସନ୍ତୁଷ୍ଟ ଥିଲେ। ଏପରି କି ଟିକେଟର ପୁନର୍ବିଚାର ପାଇଁ ମଧ୍ୟ ସେ ଅସନ୍ତୁଷ୍ଟ କର୍ମୀମାନଙ୍କୁ ନେଇ ବୈଠକରେ ଦାବି କରିଥିଲେ।
ରିପିଟ୍ ହେବେ ନା ପରିବର୍ତ୍ତନ ଆସିବ
ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ):ପ୍ରାର୍ଥୀ ଘୋଷଣା ପରେ ଉଷ୍ମ ହେଲାଣି କଳାହାଣ୍ଡି ରାଜନୀତି। ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ କସରତ ଆରମ୍ଭ କରିଦେଲେଣି ତିନି…
ମଉଳିଯାଇଛି କୁଳ ବେଉସାର ନିଶା
ପଟ୍ଟାମୁଣ୍ଡାଇ,୧।୫(କଳ୍ପତରୁ ନାୟକ): ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର…
ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ
ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି।…
‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’
ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ…